Template:Appeal/default/or

From Donate
Revision as of 21:37, 4 March 2019 by Pcoombe (talk | contribs) (cleanup)
(diff) ← Older revision | Latest revision (diff) | Newer revision → (diff)
Jump to navigation Jump to search

ଉଇକିପିଡ଼ିଆ ପ୍ରତିଷ୍ଠାତା ଜିମି ଉଏଲସଙ୍କ ଠାରୁ ।

ଆମେ ବର୍ଷ ସେହି ସମୟରେ ଯେତେବେଳେ ଜଗତ ଯାକର ଲୋକେ ଏକାଠି ଆସି ଉଇକିପିଡ଼ିଆର ପରିଚାଳନା ଓ ରକ୍ଷା ପାଇଁ ସହଯୋଗ କରିଥାନ୍ତି ।

ଯଦି ଏହାକୁ ପଢୁଥିବା ସବୁ ଲୋକ ୫୦୦ ଟଙ୍କା ଲେଖାଏଁ ଦାନ କରିଥାନ୍ତେ, ତେବେ ଆମେ କେବେଠାରୁ ଆମର ପାଣ୍ଠିସଙ୍ଗ୍ରହର ଲକ୍ଷ ପୁରଣ କରିସାରିଥାନ୍ତୁ । ହେଲେ ସଭିଏଁ ଦାନକରିବାକୁ ଚାହିଁବେ ନାହିଁ ବା କରିବେ ନାହିଁ । ସେମିତି ହେଲେ ବି ଚଳିବ । ସବୁ ବର୍ଷ ଯଥେଷ୍ଟ ଲୋକ ଉଇକିପିଡ଼ିଆକୁ ସହଯୋଗ କରିବା ନିମନ୍ତେ ଅଳ୍ପ କିଛି ଦାନ କରିବାକୁ ସ୍ଥିର କରିଥାନ୍ତି । ୨୫୦ ଟଙ୍କା, ୫୦୦ ଟଙ୍କା, ୧୦୦୦ ଟଙ୍କା କିମ୍ବା ନିଜ ପାରିବା ମୁତାବକ କିଛିବି ଉଇକିପିଡ଼ିଆର ରକ୍ଷଣାବେକ୍ଷଣା ନିମନ୍ତେ ଦାନ କରନ୍ତୁ, ଯାହା ଆମକୁ ଆମ ଲକ୍ଷସ୍ଥଳରେ ପହଞ୍ଚିବାରେ ସାହାଯ୍ୟ କରିବ ।

ଗୁଗଲର ବୋଧେ ଲକ୍ଷାଧିକ ସର୍ଭର ଥାଇପାରେ । ୟାହୁର ବୋଧେ ୧୩,୦୦୦ କର୍ମଚାରୀ ଅଛନ୍ତି । ତେବେ ଆମର ୬୭୯ ଗୋଟି ସର୍ଭର ଓ ୯୫ ଜଣ କର୍ମଚାରୀ ଅଛନ୍ତି ।

ଉଇକିପିଡ଼ିଆ ହେଉଛି ଇଣ୍ଟରନେଟ ଦୁନିଆର ପଞ୍ଚମ ଅଗ୍ରଣୀ ୱେବସାଇଟ ଯାହା ପ୍ରତି ମାସରେ ୪୫୦୦ ଲକ୍ଷ ବିଭିନ୍ନ ଲୋକଙ୍କୁ ସେବା ଯୋଗାଇ ଆସୁଛି କୋଟି କୋଟି ପୃଷ୍ଠାର ଦେଖଣା ମାଧ୍ୟମରେ ।

ବଣିଜ ଭଲ କଥା । ବିଜ୍ଞାପନ ମଧ୍ୟ କିଛି ଖରାପ କଥା ନୁହେଁ । କିନ୍ତୁ ସେସବୁ ଏଠାରେ ନାହିଁ । ଉଇକିପିଡ଼ିଆରେ ନାହିଁ । ଉଇକିପିଡ଼ିଆର ଗଢ଼ଣ ନିଆରା । ଏହା ଗୋଟିଏ ଖୋଲା ଜ୍ଞାନକୋଷ ବା ପାଠାଗାର ଭଳି । ଏହା ହେଉଛି ଏକ ଜ୍ଞାନ ମନ୍ଦିର ଯେଉଁଠିକି ଆମେ ସମସ୍ତେ ଯାଇ ନିଜ ଭାବନା ପ୍ରକାଶ କରିପାରିବା, ଶିଖିପାରିବା ଓ ନିଜ ଜ୍ଞାନକୁ ଅନ୍ୟମାନଙ୍କ ସହ ବାଣ୍ଟି ପାରିବା ।

ଯେତେବେଳେ ମୁଁ ପ୍ରଥମେ ଉଇକିପିଡ଼ିଆ ଗଢ଼ିଲି, ଏହାକୁ ମୁଁ ପ୍ରଚାର ପତ୍ରର ସାହାଯ୍ୟରେ ଏକ ଲାଭକାରୀ ସଙ୍ଗଠନ କରିପାରିଥାନ୍ତି, କିନ୍ତୁ ମୁଁ କିଛି ନିଆରା କରିବାକୁ ସିଦ୍ଧାନ୍ତ ନେଲି । ଏହାକୁ ସ୍ଥିର ଓ ଅଟଳ କରିବା ନିମନ୍ତେ ଆମେମାନେ ବର୍ଷ ପରେ ବର୍ଷ କଠିନ ପରିଶ୍ରମ କରିଛୁ । ଆମେ ଆମର ଲକ୍ଷ ହାସଲ କରୁ ଓ ଅଳିଆ ଛାଡ଼ି ଦେଉ ।

ଏହି ବର୍ଷ ଦୟାକରି ଉଇକିପିଡ଼ିଆର ରକ୍ଷଣାବେକ୍ଷଣା ନିମନ୍ତେ କିଛି ଦାନ କରନ୍ତୁ ।

ସାଧୁବାଦ,

ଜିମି ଉଏଲସ
ଉଇକିପିଡ଼ିଆ ପ୍ରତିଷ୍ଠାତା