Template:Appeal/Alan/or: Difference between revisions

From Donate
Jump to navigation Jump to search
imported>Jnanaranjan sahu
No edit summary
 
Jsoby (talk | contribs)
m 1 revision: importing ready appeals
(No difference)

Revision as of 01:42, 20 November 2011

ଉଇକିପେଡିଆରେ ମୁଁ ୨,୪୬୩ଟି ବିଷୟରେ ଲେଖିଛି । ସେଗୁଡିକ ସବୁ ମାଗଣା ଅଛି ।

ମୁଁ ଜଣେ ସିଷ୍ଟମ କଂସଲ୍ତାନ୍ଟ, ବହୁତ ବଡ ବଡ ଅର୍ଥନୈତିକ କମ୍ପାନି ସହ କାମ କରିଆସିଛି ।ଯେତେଦିନ ମୁଁ ଏଠି କାମ କରିଛି ଯଦି ସେହି ସମୟକୁ ଅର୍ଥରେ ବଦଳା ଯାଇଥାନ୍ତା ତେବେ ଲକ୍ଷ ଲକ୍ଷ ଡଲାର ମିଳିଥାନ୍ତା ।

କିନ୍ତୁ ଏଠି ଟଙ୍କାର ମହତ୍ଵ ବେଶୀ ନହିଁ । ଆପଣ ଅନ୍ୟ ଦେଶର ଚଳନ୍ତି ମୁଦ୍ରା ବିଷୟରେ ଚିନ୍ତା କରନ୍ତୁ । ସେ ତଥ୍ୟ ମୋ ଦ୍ଵାରା ଖୁସିରେ ଦିଅ ହେବ ଆଉ ଅନ୍ୟ ହଜାର ହଜାର ସମ୍ପାଦକ ତାକୁ ତିଆରି କରିବା ପାଇଁ ଆଗଭର । ଆମେ ସମସ୍ତେ ଜାଣିଛୁ ଯେ ଦୁନିଆ ଆହୁରି ଉନ୍ନତ ହେବ କାରଣ ସମସ୍ତ ତଥ୍ୟ ମାଗଣା ମିଳୁଛି ।

ହଁ ଏହା ସତ କଥା ଯେ ଏହି ମାଗଣା ଜିନିଷକୁ ଯୋଗାଉଥିବା ଉତ୍ପାଦନ ଗୁଡିକ ମାଗଣା ନୁହେ ସେଥିପାଇଁ ଆମେ ବର୍ଷରେ ଥରେ ଏହି ଦାନ କଥା ଉଠେଇ ଥାଉ । ଉଇକିପେଡିଆରେ କୌଣସି ବିଜ୍ଞପନ ନହିଁ, କୌଣସି ୱେବ ପେଜରେ କିଛି ଫ୍ଲାଶ ବା ସାଇଡରେ ମଧ୍ୟ କିଛି ନାହି, ଆମେ ଆପଣଙ୍କୁ କିଛି ବିକିବା ପାଇଁ ଚେଷ୍ଟା କରୁନୁ । ଉଇକିପେଡିଆରେ ବ୍ୟବସାୟ କଲା ଭଳି କିଛି ନାହି

ଆମେ ଖାଲି ଆପଣଙ୍କଠାରୁ ୨୫0 ଟଙ୍କା, ୫00 ଟଙ୍କା, ୧000 ଟଙ୍କା କିମ୍ବା ନିଜ ପାରିବା ମୁତାବକ କିଛିବି ଦେଇ ଉଇକିପେଡ଼ିଆର ଏହି ତଥ୍ୟ ଗୁଡିକୁ ସବୁବେକେ ଆପଣଙ୍କ ସହ ରଖିବାକୁ ଚାହୁଛୁ ।

କାରିଗରୀ କୌଶଳ ଯାହା ଆମ କାମକୁ ସାହାଜ୍ୟ କରେ ତାହା ୱିକିମେଡିଆ ଫାଉଣ୍ଡସନ ଯାହାକି ଏକ ଅଣଲାଭକରି ସଂସ୍ଥା ଓ ତାହା ଏବେ ମର୍ମନ୍ତୁଦ ଅବସ୍ଥାରେ । ଉଇକିପେଡିଆ ଦୁନିଆର ପଞ୍ଚମ ଅଗ୍ରଣୀ ଦେଖାଯାଉଥିବା ୱେବସାଇଟ, ଯାହାକି ମାତ୍ର ୩୭୦ ସର୍ଭର ଓ ୧୦୦ ଜଣ କର୍ମକର୍ତାକୁ ନେଇ ଚଳୁଛି । ଏହା ପ୍ରକୃତରେ ଏକ ପ୍ରଶଂସାଯୋଗ୍ୟ କଥା ।

ଏହି ତଳ ୫ଟି ୱେବସାଇଟ ସହ ତାହାକୁ ତୁଳନା କରନ୍ତୁ :

  • ଗୁଗୁଲ: ୧,000,000 ସର୍ଭର, ୨୪,000 କର୍ମଚାରୀ
  • ଫେସବୁକ: ୬0,000 ସର୍ଭର, ୨,000 କର୍ମଚାରୀ
  • ମାଇକ୍ରୋସୋଫ୍ଟ: ୨୨0,000 ସର୍ଭର, ୯0,000 କର୍ମଚାରୀ
  • Yahoo: ୫0,000 ସର୍ଭର, ୧୩,୯00 କର୍ମଚାରୀ.

ଉଇକିମେଡିଆ ଫାଉଣ୍ଡସନ ଗୋଟେ ଏମିତି ଜାଗା ଯେଉଁଠି ଆପଣଙ୍କ ଛୋଟ ଦାନ ବହୁତ ବାଟ ଯାଏ, ବହୁତ ।

ଅର୍ଥନୀତି ଏପରି ଗଢା ହେଇଛି ଯେମିତି କି, ଆମେ ଭାବୁଛୁ ଯେ ଲୋକମାନେ ଖାଲି ଅର୍ଥ ଲୋଭରେ କାମ କରନ୍ତି । ଆପଣ ଏମିତି କାହାକୁ ପାଇବେ ଯିଏ ବିନା ପଇସାରେ କାମ କରିବ ?

ଉଇକିପେଇଆରେ, ସାହାଯ୍ୟ କରିବା ଓ ଜ୍ଞାନ ବଢେଇବା ଲାଗି ସମସ୍ତ ଉପଦାନ ତିଆରି ହୋଇ ରହିଛି । ଯାହାକି ଏକ ଅମୂଲ୍ୟ ଧାରାର ସୃଷ୍ଟି କରୁଛି । ସଂସ୍କୃତି ଅଧିକ ମୂଲ୍ୟଧାରୀ ଉପରେ ନିର୍ଭର କରେ ନାହି । ଆପଣ ନିର୍ଭୁଲ, ଉପଯୁକ୍ତ ଭାଷା ଥିବା, ଗୋଟିଏ ଧାରାରେ ବର୍ଣନା କରାଯାଇଥିବା, ଉପଯୁକ୍ତ ଭାବେ ସଜଡା ହୋଇଥିବା ଏବଂ ସଠିକ ଦ୍ରଷ୍ଟବ୍ୟ ଥିବା ତଥ୍ୟ ଯେତେବେଳେ ଇଚ୍ଛା ସେତେବେଳେ ପାଇ ପାରନ୍ତି ।

ଏଗୁଡିକ ମୋ ପାଇଁ ଏକ ମନମୁଗ୍ଧକର ମୂଲଚାଲ ଭଳି ଲାଗିଲା

ଧନ୍ୟବାଦ,

ଆଲାନ ସୋନ
ଉଇକିପେଡିଆ ଲେଖକ