Template:Appeal/Projects/or

From Donate
Jump to navigation Jump to search

ଉଇକିପିଡ଼ିଆ ପ୍ରତିଷ୍ଠାତା ଜିମି ଉଏଲସଙ୍କ ଠାରୁ ।

ଗୁଗଲର ପ୍ରାୟତଃ ଲକ୍ଷଧିକ ସର୍ଭର ଥାଇପାରେ । ଯାହୂର ବୋଧେ ୧୩,୦୦୦ କର୍ମଚାରୀ ଥାଇପାରନ୍ତି । ତେବେ ଆମର ୬୭୯ଟି ସର୍ଭର ଓ ୯୫ ଜଣ କର୍ମଚାରୀ ଅଛନ୍ତି ।

ଉଇକିପିଡ଼ିଆ ହେଉଛି ଇଣ୍ଟରନେଟ ଦୁନିଆର ପଞ୍ଚମ ଅଗ୍ରଣୀ ୱେବସାଇଟ ଯାହାକି ପ୍ରତି ମାସରେ ୪୫୦୦ଲକ୍ଷ ବିଭିନ୍ନ ଲୋକଙ୍କୁ ସେବା ଦେଇ ଆସୁଛି କୋଟି କୋଟି ପୃଷ୍ଠା ଦେଖଣା ମଧାମରେ ।

ବଣିଜ ଭଲ କଥା । ବିଜ୍ଞାପନ ମଧ୍ୟ କିଛି ଖରାପ କଥା ନୁହେ । କିନ୍ତୁ ସେସବୁ ଏଠାରେ ନହିଁ । ଉଇକିପିଡ଼ିଆରେ ନାହିଁ ।

ଉଇକିପିଡ଼ିଆର କିଛି ବିଶେଷ ମହତ୍ଵ ଅଛି । ଏହା ଗୋଟିଏ ଖୋଲା ଜ୍ଞାନକୋଷ ବା ପାଠାଗାର ଭଳି । ଏହା ହେଉଛି ଏକ ଜ୍ଞାନ ମନ୍ଦିର ଯେଉଁଠିକି ଆମେ ସମସ୍ତେ ଯାଇ ନିଜ ଭାବନା ପ୍ରକାଶ କରିପାରିବା, ଶିଖିପାରିବା ଓ ନିଜ ଜ୍ଞାନକୁ ଅନ୍ୟମାନଙ୍କ ସହ ବାଣ୍ଟି ପାରିବା । ଯେତେବେଳେ ମୁଁ ପ୍ରଥମେ ଉଇକିପିଡ଼ିଆ ଗଢ଼ିଲି, ଏହାକୁ ମୁଁ ପ୍ରଚାର ପତ୍ରର ସାହାଯ୍ୟରେ ଏହାକୁ ଏକ ଲାଭକାରୀ ସଙ୍ଗଠନ କରିପାରିଥାନ୍ତି, କିନ୍ତୁ ମୁଁ କିଛି ନିଆରା କରିବାକୁ ସିଦ୍ଧାନ୍ତ ନେଲି । ଏହାକୁ ସ୍ଥିର ଓ ଅଟଳ କରିବା ନିମନ୍ତେ ଆମେମାନେ ବର୍ଷ ପରେ ବର୍ଷ କଠିନ ପରିଶ୍ରମ କରିଛୁ। ଆମେ ଆମର ଲକ୍ଷ ହାସଲ କରୁ ଓ ଅଳିଆ ଅନ୍ୟମାନଙ୍କ ଠାରେ ଅଜାଡ଼ି ଦେଉ ।

ଏହାକୁ ପଢୁଥିବା ସମସ୍ତ ବ୍ୟକ୍ତି ଯଦି ୨୫୦ଟଙ୍କା ଲେଖାଏଁ ଦାନ କରିଥାନ୍ତେ,ତେବେ ଆମକୁ ବର୍ଷରେ ଗୋଟେ ଦିନ ଏହିପରି କରିବାକୁ ପଡିଥାନ୍ତା, ହେଲେ ସଭିଏଁ ଦାନକରିବାକୁ ଚାହିଁବେ ନାହିଁ ବା କରିବେ ନାହିଁ । ସେମିତି ହେଲେ ବି ଚଳିବ । ସବୁ ବର୍ଷ ଯଥେଷ୍ଟ ଲୋକ ଦାନ କରିବାକୁ ସ୍ଥିର କରିଥାନ୍ତି ।

ଏହି ବର୍ଷ ୨୫୦ ଟଙ୍କା, ୫୦୦ ଟଙ୍କା, ୧୦୦୦ ଟଙ୍କା କିମ୍ବା ନିଜ ପାରିବା ମୁତାବକ କିଛିବି ଉଇକିପିଡ଼ିଆର ରକ୍ଷଣାବେକ୍ଷଣା ନିମନ୍ତେ ଦାନ କରନ୍ତୁ ।

ଧନ୍ୟବାଦ,

ଜିମି ଉଏଲସ
ଉଇକିମିଡ଼ିଆ ପ୍ରତିଷ୍ଠାତା